ଶ୍ରୀକ୍ଷେତ୍ରରେ ପୁଣି ଭୟାବହ ଅଗ୍ନିକାଣ୍ଡ

ପୁରୀ(ଭିଓଭି): ଶ୍ରୀକ୍ଷେତ୍ର ପୁରୀର ପିଛା ଛାଡୁନି ଅଗ୍ନିକାଣ୍ଡ ଦୁର୍ଘଟଣା। ଗତ ଚାରି ମାସ ମଧ୍ୟରେ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ, ଶ୍ରୀଗୁଣ୍ଡିଚା ନାକଚଣା ଦୁଆର ନିକଟରେ ଅଗ୍ନିକାଣ୍ଡ, ଅଠରନଳା କବାଡ଼ି ଗୋଦାମ ଅଗ୍ନିକାଣ୍ଡ ଏବଂ ବିଦ୍ୟୁତ ଖୁଣ୍ଟି ରେ ଅଗ୍ନିକାଣ୍ଡ ପରେ ଆଜି ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ନିକଟ ମଧୁବନ ତୃତୀୟ ଲେନ୍ ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ବିବରଣୀରୁ ଜଣାପଡିଛି କି, ମଧୁବନ ତୃତୀୟ ଲେନରେ ଏକ ଖୋଲା ପ୍ଲଟରେ ଗୋଟିଏ କବାଡ଼ି ଗୋଦାମ ଚାଲୁଥିଲା। ଗତ କିଛି ଦିନ ଧରି ଗୋଦାମଟି ବନ୍ଦ ରହିଥିଲେ ମଧ୍ୟ ଉକ୍ତ ସ୍ଥାନରେ ବହୁ ମାତ୍ରାରେ ଲୁହା ଟିଣ ପ୍ଲାଷ୍ଟିକ୍ ଏବଂ ଫାଇଭର୍ କବାଡ଼ି ଜିନିଷ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା।

କୌଣସି କାରଣରୁ ଆଜି ସକାଳ ପ୍ରାୟ ସାଢ଼େ ଦଶଟା ସମୟରେ ସେଥିରେ ନିଆଁ ଲାଗି ଯାଇଥିଲା। କେହି କିଛି ବୁଝିବା ଆଗରୁ ହଠାତ୍ ମଧୁବନ, ମାଟିଆ ପଡା ନବକଳେବର ରୋଡ, ଗୁଣ୍ଡିଚା ବିହାର ଆଦି ଅଞ୍ଚଳର ଆକାଶ ଘନ କଳା ଧୂଆଁରେ ଭରି ଯାଇଥିଲା। ଲୋକମାନଙ୍କ ମଧ୍ୟରେ ଅଜଣା ଆତଙ୍କ ଖେଳି ଯାଇଥିଲା। ପରେ ଦମକଳ ବାହି

Related Articles

Leave a Reply

Your email address will not be published.

Back to top button