ନବୀନଙ୍କ ଦାବି: ଭରତପୁର ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ

ଭୁବନେଶ୍ବର:  ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ୟାତନା ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ମେଜରଙ୍କ ବାନ୍ଧବୀଙ୍କୁ ଯୌନ ନିର୍ୟାତନା ଦିଆଯାଇଛି। ଏହି ଆକ୍ରମଣ ଘଟଣା ଗଭୀର ଆଘାତ ଦେଇଛି। ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବୀନ। ଏଥିସହ ରାଜ୍ୟସରକାରଙ୍କୁ ସମାଲୋଚନା କରିଛନ୍ତି। ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ନବୀନ। ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ଭରତପୁରରୁ ନିଲମ୍ବିତ ହୋଇଥିବା ଅନ୍ୟ ପୁଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହୋଇଛି ଅପରାଧିକ ମାମଲା। ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ୍। ଯୌନ ନିର୍ୟାତନା ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି। ମେଜର ଗୁରୁବନ୍ସ ସିଂହଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା କରିଛି । ଅପରାଧୀ ଭଳି ଜେରା ହୋଇଛନ୍ତି ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ। ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ। ପୁଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଚରମ ସୀମାରେ ପୁଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

Related Articles

Leave a Reply

Your email address will not be published.

Back to top button