ରବି ଶଙ୍କର ରିଜର୍ଭ ବ୍ୟାଙ୍କର ନୂତନ ଡେପୁଟି ଗଭର୍ଣ୍ଣର୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟି ଗଭର୍ଣ୍ଣର୍‌ ଭାବେ କେନ୍ଦ୍ର ସରକାରଙ୍କର ଏକ କମିଟି ଟି. ରବି ଶଙ୍କରଙ୍କୁ ମନୋନୀତ କରିଛି। ରିଜର୍ଭ ବ୍ୟାଙ୍କର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ଥିବା ଶଙ୍କର ନୂତନ ପଦବୀରେ ତିନି ବର୍ଷ ରହିବେ। ଏ ସଂକ୍ରାନ୍ତରେ ‘ଡିପାର୍ଟମେଣ୍ଟ୍‌ ଅଫ୍‌ ପର୍ସୋନେଲ୍ ଆଣ୍ଡ୍‌ ଟ୍ରେନିଙ୍ଗ୍‌’ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ଅର୍ଥନୀତିରେ ଏମ୍‌. ଫିଲ୍‌ ଡିଗ୍ରି ହାସଲ୍‌କରିଥିବା ରବି ଶଙ୍କର ଋଣ ପରିଚାଳନା ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ପରିଚାଳନା କରୁଥିଲେ।

ନିଜସ୍ବ ମୌଳିକ ଚିନ୍ତାଧାରା ନିମନ୍ତେ ଅର୍ଥନୀତି ସମ୍ପ୍ରଦାୟରେ ସମ୍ମାନ ପାଉଥିବା ରବି ଶଙ୍କର ଅନେକ ଆର୍ଥିକ କମିଟିର ସଦସ୍ୟ ଥିଲେ। ଶଙ୍କରଙ୍କୁ ଦିଆଯିବାକୁ ଥିବା ବିଭାଗ ସଂକ୍ରାନ୍ତରେ ଏହି ବିବୃତିରେ କିଛି ଉଲ୍ଲେଖ ନ ଥିଲେ ମଧ୍ୟ ସେ ଗତ ମାସରେ ଅବସର ଗ୍ରହଣ କରିଥିବା ଡେପୁଟି ଗଭର୍ଣ୍ଣର୍‌ ବି. ପି. କାନୁନ୍‌ଗୋଙ୍କ ସ୍ଥାନରେ ରହିବେ। କାନୁନ୍‌ଗୋ ମୁଦ୍ର ପରିଚାଳନା, ବାହ୍ୟ ନିବେଶ, ଅଭିଯାନ, ଦେୟ ଓ ବୁଝାମଣା ପ୍ରକ୍ରିୟା ଆଦି ଦାୟିତ୍ବରେ ଥିଲେ।

Related Articles

Leave a Reply

Your email address will not be published.

Back to top button