ଗାଡକଣ ବସ୍ତିର ଲୋକଙ୍କ ସହିତ ଖିରି ଖାଇଲେ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ । ସେ ଭୁବନେଶ୍ବର ବିମାନ ବନ୍ଦରରୁ ସିଧା ଗାଡକଣ ବସ୍ତି ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ଗାଡକଣ ବସ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ। ଏହି ବସ୍ତିର ବାସିନ୍ଦା ଅନ୍ତର୍ଯ୍ୟାମୀ ନାୟକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ତାଙ୍କୁ ଘରର ଚାବି ପ୍ରଦାନ କରିଛନ୍ତି। ଘର ଭିତରେ ତାଙ୍କ ପରିବାର ସହିତ ମୋଦି କଥାବାର୍ତ୍ତା ମଧ୍ୟ କରିଛନ୍ତି। ତାଙ୍କ ଘର ବୁଲିବା ସହିତ ଠାକୁର ଘରେ ଘଣ୍ଟି ବଜାଇଥିବାର ଜଣାପଡିଛି। ଏହାପରେ ସେ ପରିବାର ସହିତ ଖିରି ଖାଇଛନ୍ତି। ଗାଡକଣ ଗ୍ରାମବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପାଂରପାରିକ ବାଦ୍ୟ ସହିତ ଉତ୍ତରୀୟ ପ୍ରଦାନ କରାଯାଇ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ଗାଡକଣରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button