ସରକାରୀ ଛୁଟି ଘୋଷଣା ‌କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ  ପାଇଁ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା ‌କରିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପାଳନ ହେବ।  ଏହି ଦିନ ରବିବାର ପଡୁଥିବାରୁ ସେପ୍ଟେମ୍ବର ୯ ତାରିଖ ଦିନ (ସୋମବାର) ସରକାରୀ ଛୁଟି ରହିବ। ଫଳରେ ସରକାରୀ କାର୍ୟ୍ୟାଳୟ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କହିଛନ୍ତି, ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପାଳନ ହେବ।  ଏହି ଦିନ ରବିବାର ପଡୁଥିବାରୁ ସେପ୍ଟେମ୍ବର ୯ ତାରିଖ ଦିନ (ସୋମବାର) ସରକାରୀ ଛୁଟି ରହିବ। ଫଳରେ ସରକାରୀ କାର୍ୟ୍ୟାଳୟ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବ। ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ସମ୍ବଲପୁରର ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ପୂର୍ବାହ୍‌ଣ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।

Related Articles

Leave a Reply

Your email address will not be published. Required fields are marked *

Back to top button