୧୫%ରୁ ଅଧିକ ପଜିଟିଭ୍‌ ହାର ୧୫୦ ଜିଲ୍ଲାରେ

ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହୋଇପାରେ

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ କେନ୍ଦ୍ର ସରକାର ଏକ ନୂଆ ପ୍ରସ୍ତାବ ନେଇ ଆସିଛନ୍ତି। ଆଗକୁ ୧୫ ପ୍ରତିଶତରୁ ଅଧିକ ପଜିଟିଭ୍‌ ହାର ଥିବା ଜିଲ୍ଲାମାନଙ୍କରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ। ପ୍ରାୟ ୧୫୦ଟି ଜିଲ୍ଲାରେ କୋଭିଡ୍‌ ପଜିଟିଭ୍‌ ହାର ୧୫ ପ୍ରତିଶତରୁ ଅଧିକ ଥିବାରୁ ଏହି ସବୁ ଜିଲ୍ଲାମାନଙ୍କରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ହେବ ବୋଲି ନିଷ୍ପତ୍ତି ହୋଇଛି। ଏକ ଉଚ୍ଚସ୍ତରୀୟ ବୈଠକରେ ଏସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ସହ ଭଲଭାବେ ବିଚାରବିମର୍ଶ କରିବାପରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଗତ ସପ୍ତାହରୁ ଯେଉଁସବୁ ଜିଲ୍ଲାମାନଙ୍କରେ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ସିଜେନ୍‌ ଏବଂ ଆଇସିୟୁ ବେଡ୍‌ ବ୍ୟବହାର ହୋଇଛି ସେଠାରେ ଲକ୍‌ଡାଉନ୍‌ କରିବାପାଇଁ ନିଷ୍ପତ୍ତି ହୋଇଛି। ଉଲ୍ଲେଖ‌ଯୋଗ୍ୟ, ସପ୍ତାହେ ହେଲା ଦେଶରେ ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହୁଛି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି।

Related Articles

Leave a Reply

Your email address will not be published.

Back to top button