ନବ ନିର୍ବାଚିତ ସଦସ୍ୟମାନଙ୍କ ନିମନ୍ତେ “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ” ଗଣତନ୍ତ୍ର ପାଇଁ ଶୁଭଙ୍କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଗତକାଲି ଠାରୁ ୨ ଦିନ ଧରି ବିଧାନସଭା ତରଫରୁ ଓଡିଶା ବିଧାନସଭାର ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନଙ୍କ ନିମନ୍ତେ “ଜ୍ଞାନସଂସ୍କାର କାର୍ଯ୍ୟକ୍ରମ” ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, “ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ”, ଗଣତନ୍ତ୍ର ପାଇଁ ଶୁଭଙ୍କର। ୨୪ ବର୍ଷ ତଳେ ମୁଁ ଯେତେବେଳେ ବିଧାନସଭାକୁ ନିର୍ବାଚିତ ହୋଇ ପ୍ରଥମଥର ପାଇଁ ଆସିଥିଲି, ସେତେବେଳେ ମଧ୍ୟ ମୁଁ ଏପରି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସଂସଦୀୟ ପରମ୍ପରାର ବିଧି ବ୍ୟବସ୍ଥା ବିଷୟରେ ଜ୍ଞାନ ଆହରଣ କରିଥିଲି। ତେଣୁ ଆଜିର ଶିକ୍ଷଣୀୟ କାର୍ଯ୍ୟକ୍ରମ ମୋତେ ବହୁତ ଆନନ୍ଦିତ କରିଛି।” ଏହି କାର୍ଯ୍ୟକ୍ରମର ଆଲୋଚନା ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜ୍ଜୁ ମଧ୍ୟ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button