ଆରମ୍ଭ ହେଲା ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ଭୁବନେଶ୍ବର: ଆରମ୍ଭ ହେଲା ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଓଡିଶା ବିଧାନସଭା ପରିସରରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ। ଆଜି ଏହାକୁ କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ନିଜର ସାଂସଦୀୟ ଅନୁଭୂତିକୁ ବିଧାୟକଙ୍କ ଆଗରେ ଉପସ୍ଥାପିତ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସହ ବହୁ ମନ୍ତ୍ରୀ ଯୋଗଦେଇଛନ୍ତି। ନୂଆକରି ନିର୍ବାଚିତ ହୋଇ ଆସିଥିବା ବିଧାୟକଙ୍କୁ ପ୍ରଶ୍ନକାଳ, ବିଧାନସଭାର ନିତି ନିୟମ କଣ ରହିଛି. କିପରି ପ୍ରଶ୍ନ ପଚରାଯାଏ ସେ ନେଇ ଅଭିଜ୍ଞମାନେ ନୂତନ ବିଧାୟକଙ୍କୁ ବୁଝାଇବେ। ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ନୂଆ ବିଧାୟକମାନେ ଯୋଗଦେବା ପାଇଁ କୁହାଯାଇଥିଲେ ମଧ୍ୟ ବିଜେଡି କଂଗ୍ରେସର କେହି ଆସିଲେ ନାହିଁ। ଏହି ସରକାରୀ କାର୍ଯ୍ୟକ୍ରମ ଏକ ଦଳୀୟ କାର୍ଯ୍ୟକ୍ରମ ହେଉଛି କହି ଉଭୟ କଂଗ୍ରେସ ବିଜେଡି ଶିବିରକୁ ବର୍ଜ୍ଜନ କରିଛନ୍ତି। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ମଧ୍ୟ ଆସିଲେ ନାହିଁ।

Related Articles

Leave a Reply

Your email address will not be published.

Back to top button