ଲାଲ କିଲ୍ଲାରେ ଆୟୋଜିତ ସ୍ବାଧୀନତା ଦିବସ ପାଇଁ ଗଞ୍ଜାମର ‘ସାକ୍ଷୀ’ ନିମନ୍ତ୍ରିତ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପୌରହିତ୍ୟରେ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୱାନ୍ ଷ୍ଟପ୍ ସେଣ୍ଟର (ସାକ୍ଷୀ) ଓ ଜାଗୃତି ଅନୁଷ୍ଠାନର ସମୀକ୍ଷା କରାଯାଇଛି। ଏହି ସମୀକ୍ଷା ଅବସରରେ ଜିଲ୍ଲାର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ପୋଲିସ ଥାନା କାନ୍ଥରେ ଅନୁଷ୍ଠାନ ପକ୍ଷରୁ ସଚେତନତା ବାର୍ତ୍ତା ଲେଖି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ସକ୍ଷୀ କେନ୍ଦ୍ରରେ ୧୧୯୪ ଅଭିଯୋଗ ପଞ୍ଜିକରଣ ହୋଇଛି ଓ ବିଶେଷ କରି ଗତ ଆର୍ଥିକ ବର୍ଷରେ ୪୩୦ ଅଭିଯୋଗ ପଞ୍ଜିକରଣ ହୋଇଛି। ସେଥିରୁ ୭ ଅଭିଯୋଗର ନିଷ୍ପତ୍ତି ହୋଇନାହିଁ। ଏହି “ସକ୍ଷୀ” କେନ୍ଦ୍ର ଯୋଗୁଁ ବହୁ ମହିଳା ନିଜ ଜୀବନରେ ପରିବର୍ତ୍ତନ ଓ ଶୃଙ୍ଖଳିତ ଜୀବନ ବିତାଉଥିବା ପ୍ରମାଣ ଉଲ୍ଲେଖ କରାଯାଇଛି। ବିଶେଷ କରି ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲାଲ କିଲ୍ଲାରେ ଆୟୋଜିତ ସ୍ବାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ୱାନ୍ ଷ୍ଟପ୍ ସେଣ୍ଟର ବା “ସକ୍ଷୀ” କେନ୍ଦ୍ର ନିମନ୍ତ୍ରିତ ହୋଇଥିବାରୁ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଲ ପ୍ରଶଂସା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button