ସୁପ୍ରିମକୋର୍ଟଙ୍କ ଠାରୁ ବିହାର ସରକାରଙ୍କୁ ଝଟକା, ଏବେ କାଏମ ରହିବ ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ବଡ ଝଟକା ଲାଗିଛି। ବିହାରରେ ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେପ୍ଟେମ୍ବରରେ ଏହି ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ପାଟନା ହାଇକୋର୍ଟ ରଦ୍ଦ କରିଦେଇଥିଲେ। ତା’ପରେ ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।

Related Articles

Leave a Reply

Your email address will not be published.

Back to top button