୨୮ରେ ଖୋଲିବ ହୀରାକୁଦ ଡ୍ୟାମ

ଭୁବନେଶ୍ବର: ଆସନ୍ତା ୨୮ ତାରିଖ ଦିନ ହୀରାକୁଦ ଡ୍ୟାମ ଖୋଲିବ । ୨୮ ତାରିଖ ଅର୍ଥାତ ରବିବାର ସକାଳ ୯ଟାରେ ଡ୍ୟାମ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ତେବେ ଧୀରେ ଧୀରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ୧୨ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୫.୪୫ ଫୁଟ ରହିଛି । ଏବେ ସେକେଣ୍ଡ ପିଛା ୨ ଲକ୍ଷ ୧୫ ହଜାର ଘନଫୁଟ ଜଳ ପ୍ରବେଶ କରୁଛି ।  ଅନ୍ୟପକ୍ଷରେ  ଆସନ୍ତା ୨ଦିନ ମଧ୍ୟ‌ରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ମୁଖ୍ୟତଃ ମୌସୁମୀ ଟ୍ରଫ୍‌ ଓ ବାୟୁ ଚଳାଚଳରେ ତାରତମ୍ୟ ହେତୁ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗୁରୁବାର କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଅନୁଗୋଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ବୌଦ୍ଧ, ସୋନପୁର, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ବୌଦ୍ଧରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି ଶୁକ୍ରବାର ମଧ୍ୟ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।  ୨୬ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧିପାଇବ। ଏହି ଦୁଇଦିନରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ କାଁଭାଁ ହାଲୁକାରୁ ସ୍ୱଳ୍ପ ବର୍ଷା ସହ ପାଗ ଆଂଶିକ ଖରାଟିଆ ହୋଇପାରେ। ବାକି ଅଞ୍ଚଳରେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଏବଂ ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ। ତେବେ ୨୬ ତାରିଖରେ ଉତ୍ତର ବଙ୍ଗୋପସାଗରର ମୁଣ୍ଡ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୭ରେ ଲଘୁଚାପ ହୋଇପାରେ। ୨୮ରେ ସମ୍ଭବତଃ ଏହା ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ। ଫଳରେ ରାଜ୍ୟରେ ୨୭-୨୯ ପର୍ୟ୍ୟନ୍ତ ବର୍ଷାର ବିସ୍ତୃତି ଓ ପରିମାଣ କ୍ରମଶଃ ବଢ଼ିବ। ୨୭ରେ କେତେକ ସ୍ଥାନରେ ସ୍ୱଳ୍ପ, ୨୮ରେ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଏବଂ ୨୯ରେ ଅନେକ ସ୍ଥାନରେ ମଧ୍ୟମ ବର୍ଷା ହେବ। ସେହିପରି ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ଜିଏଫ୍‌‌ଏସ୍‌‌ ମଡେଲ୍‌‌ର ତଥ୍ୟକୁ ଆଧାର କରି ପ୍ରଫେସର୍‌ ପଶୁପାଳକ କହିଛନ୍ତି ଯେ ଅଗଷ୍ଟ ଆରମ୍ଭରେ ଉତ୍ତର ବଙ୍ଗୋପସାଗର ମୁଣ୍ଡ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାଦ୍ୱାରା ରାଜ୍ୟ‌‌ରେ ଭାରି ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button