ପାକିସ୍ତାନର ଦୂତାବାସ ଉପରେ ଆକ୍ରମଣ କଲେ ଆଫଗାନିସ୍ତାନର ନାଗରିକ

ନୂଆଦିଲ୍ଲୀ: ଆଫଗାନିସ୍ତାନର ନାଗରିକମାନେ ଜର୍ମାନୀର ପାକିସ୍ତାନର ଦୂତାବାସ ଉପରେ ଆକ୍ରମଣ କରିଛନ୍ତି। ଅନେକ ଆଫଗାନିସ୍ତାନୀ ଦୂତାବାସରେ ପ୍ରବେଶ କରି ସେଠାରେ ଭଙ୍ଗାରୁଜା କରିଛନ୍ତି। ପାକିସ୍ତାନର ପତାକା ମଧ୍ୟ ଓହ୍ଲାଇ ଦେଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଜର୍ମାନୀର ଫ୍ରାଙ୍କଫର୍ଟରେ ଥିବା ପାକିସ୍ତାନୀ ଦୂତାବାସର ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀଙ୍କ ସହ ଆଫଗାନିସ୍ତାନୀ ମଧ୍ୟ ସଂଘର୍ଷ କରିଛନ୍ତି। ଏହି ସମୟରେ ସେମାନେ ଉପରକୁ ଯାଇ ପାକିସ୍ତାନୀ ପତାକା ଫିଙ୍ଗିଦେଇଛନ୍ତି। ତେବେ ଜର୍ମାନ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ତାଲିବାନ ଶାସନ ଆସିବା ପୂର୍ବରୁ ଲୋକମାନେ ଆଫଗାନିସ୍ତାନର ପତାକା ଧରିଛନ୍ତି। ବର୍ତ୍ତମାନ ଏହି ଘଟଣା ପରେ ଆଫଗାନିସ୍ତାନୀମାନେ ସୋସିଆଲ ମିଡିଆରେ ବହୁ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ପାକିସ୍ତାନ କରାଚିରେ ଜର୍ମାନ ଦୂତାବାସର ସୁରକ୍ଷା ବୃଦ୍ଧି କରିଛି। ଏଥିସହିତ ସୁରକ୍ଷା କାରଣରୁ ଏହାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ତଥାପି ଆକ୍ରମଣ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କେତେକ ଗଣମାଧ୍ୟମ ରିପୋର୍ଟରେ ପାକିସ୍ଥାନରୁ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଫଗାନିସ୍ତାନ ପଠାଇବା କାରଣରୁ ଏହି ବିରୋଧ ହେଉଛି ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ଲୋକମାନେ ହଙ୍ଗମା ସୃଷ୍ଟି କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button