କଂଗ୍ରେସ ବିଧାୟକ ସୁରେନ୍ଦ୍ର ପଂୱାର ଗିରଫ

ନୂଆଦିଲ୍ଲୀ: ହରିୟାଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଆଜି ସୋନିପତରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପଂୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପଂୱାରଙ୍କ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଇଡି ଦଳ ତାଙ୍କୁ ଅମ୍ବାଲା କାର୍ଯ୍ୟାଳୟକୁ ନେଇଛି। ପ୍ରକାଶ ଯୋଗ୍ୟ ଯେ, ନିକଟରେ ବେଆଇନ ଖଣି ସମ୍ପର୍କିତ ଏକ ମାମଲାରେ ଇଡି ଟିମ୍ ବିଧାୟକ ସୁରେନ୍ଦ୍ର ପଂୱାର ଏବଂ ଯମୁନାନଗରର ପୂର୍ବତନ ବିଧାୟକ ଦିଲବାଗ ସିଂଙ୍କ ଘରେ ଚଢାଉ କରିଥିଲା। ସେଠାରୁ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲା। ଏହା ପରେ ସୁରେନ୍ଦ୍ର ଯମୁନାନଗରରଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି।

Related Articles

Leave a Reply

Your email address will not be published.

Back to top button