ପ୍ରଭୁଙ୍କ ଇଚ୍ଛାରେ ଖୋଲିଲା ରତ୍ନଭଣ୍ଡାର

ଭୁବନେଶ୍ୱର: ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ହେଲା। ଆଜି ଖୋଲିଲା ରତ୍ନଭଣ୍ଡାର।  ଧାର୍ୟ୍ୟ ଶୁଭ ମୁହୂର୍ତ୍ତ  ଅନୁଯାୟୀ ରତ୍ନଭଣ୍ଡାର ଦିନ ୧ଟା ୨୮ ମିନିଟ ରେ ଖୋଲାଯାଇଛି । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି ।ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ । ତେବେ ପ୍ରଭୁଙ୍କ ଇଚ୍ଛାରେ ଖୋଲିଲା ରତ୍ନଭଣ୍ଡାର ଖୋଲିଥିବା ସିଏମଓ ପକ୍ଷରୁ ଟ୍ୱିଟ କରାଯାଇଛି ।  ଉକ୍ତ ଟ୍ୱିଟରେ ଉଲ୍ଲେଖ କରାଯାଇଛି ଯେ ମହାପ୍ରଭୁଙ୍କ ଇଚ୍ଛରାରେ ଦୀର୍ଘ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲିଛି । ତୁମ ଇଚ୍ଛରେ ପ୍ରଥମେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଗଲା । ଏ ମହାନ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ । ଆଜି ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲାଗଲା ରତ୍ନଭଣ୍ଡାର। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା। ଭିତର ରତ୍ନ ଭଣ୍ଡାର ତାଲା ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି।  ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉ କରଣ ଓ  ଦେଉଳ କରଣ ପ୍ରମୁଖ ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି।

Related Articles

Leave a Reply

Your email address will not be published.

Back to top button