ବଡ ଠାକୁରଙ୍କ ଆଡପ ମଣ୍ଡପ ବିଜେ ବେଳେ ଅଘଟଣ ମାମଲା, ରିପୋର୍ଟ ଦାଖଲ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୁରୀରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଲାଗି ସାରା ବିଶ୍ଵର କୋଣ ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲୋକଙ୍କ ସୂଅ ଛୁଟିଛି। ଏହି ସମୟରେ ପୁରୀ ବଡ ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। କିନ୍ତୁ ଭକ୍ତିମୟ ପରିବେଶ ମଧ୍ୟରେ ଗତକାଲି ବଡ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଅଘଟଣ ଘଟିଥିଲା। ଏଥିରେ ପ୍ରଭୃ ବଳଭଦ୍ର ଆଡପ ମଣ୍ଡପକୁ ବିଜେ କରୁଥିବା ବେଳେ ଚାରମାଳ ଉପରେ ଖସିପଡିଥିଲେ। ସେବାୟତଙ୍କ ଉପରେ ପ୍ରଭୃ ମାଡିବସିବାରୁ କେତେକ ଆହତ ହୋଇଥିବାର ସୂଚନା ମିଳିଥିଲା। ସେମାନଙ୍କୁ ଆମ୍ବୁଲାନସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଉକ୍ତ ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ଆଇନ୍ ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ଲୀଳାମୟଙ୍କ ଲୀଳା। ଆଗକୁ ରଥଯାତ୍ରା ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବେ। ଆହତ ସେବାୟତଙ୍କ ଚିକିତ୍ସା ଯୋଗାଇ ଦିଆଯାଇଛି। ଏହି ଅଘଟଣରେ ୭ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button