ବାର ଅନୁଯାୟୀ ଖାଆନ୍ତୁ ଫଳ ଓ ପନିପରିବା

ଫଳ ଓ ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଫଳ ଖାଇବା ସହିତ କିଛି ନିୟମ ରହିଛି । ଶାସ୍ତ୍ରରେ ଖାଦ୍ୟ ଖାଇବାର ଅଭ୍ୟାସ ଓ ସାପ୍ତାହିକ ଭୋଜନ ବିଷୟରେ ବର୍ଣ୍ଣନା କରାଯାଇଛି । ବାର ଅନୁସାରେ ଖାଦ୍ୟରେ ସାମିଲ କରନ୍ତୁ ଫଳ ଓ ପନିପରିବା ।

ରବିବାର ସୂର୍ଯ୍ୟଙ୍କୁ ସମର୍ପିତ ସୂର୍ଯ୍ୟଦେବତାଙ୍କୁ ଲାଲ ରଙ୍ଗର ଜିନିଷ ଅଧିକ ପ୍ରିୟ। ଭୋଜନରେ ଲାଲରଙ୍ଗର ଫଳ, ପନିପରିବା, ଡ଼ାଲି ଆଦି ସାମିଲ କରନ୍ତୁ । ଯେପରି ଫଳରେ ସେଓ, ଡ଼ାଳିମ୍ବ, ପନିପରିବାରେ ଟମାଟୋ, ଗାଜର, ବିଟ୍, ଡ଼ାଲିରେ ମସୁର,ରାଜମା ଆଦି ସକାଳେ ଓ ଖରାବେଳ ଭୋଜନରେ ହିଁ ସାମିଲ କରନ୍ତୁ ।

ସୋମବାରକୁ ଚନ୍ଦ୍ରମାର ଦିନ ବୋଲି କୁହାଯାଏ । ଏହିଦିନ ଧଳାରଙ୍ଗର ଜିନିଷ ଖାଦ୍ୟରେ ସାମିଲ କରନ୍ତୁ । ଯେପରି ଫଳରେ କଦଳୀ, ଅଙ୍ଗୁର, ପରିବାରେ ଆଳୁ  ଫୁଲକୋବି, ଭାତ, ଦହି ଖିରି, ବିରିଡ଼ାଲି ଇତ୍ୟାଦି । ମଙ୍ଗଳବାର ମଧ୍ୟ ରବିବାର ବାର ଭଳି ଲାଲ ରଙ୍ଗର ଫଳ ଓ ପନିପରିିବା  ସେବନ କରନ୍ତୁ ।

ବୁଧବାର ଦିନ ଫଳ ଓ ପନିପରିବାରେ ସବୁଜରଙ୍ଗର ଅଧିକ ପ୍ରୟୋଗ କରନ୍ତୂୁ । ଲାଉ, ଭେଣ୍ଡି, କାକୁଡ଼ି, ପଣସ, ପିଜୁଳି, ମୈାସୁମୀ, ତରଭୁଜ ଏହାସହିତ ମୁଗଡ଼ାଲି ମଧ୍ୟ ଖାଇପାରିବେ ।

ଗୁରୁବାର ଦିନ ଅଧିକାଂଶ ହଳଦିଆରଙ୍ଗର ଫଳ ଓ ପନିପରିବାର ବ୍ୟବହାର କରନ୍ତୁ । ଫଳରେ କମଳା, କଦଳୀ,ପାଚିଲା ଅମୃତଭଣ୍ଡା, ଏହାସହ ଡ଼ାଲିରେ ବୁଟଡ଼ାଲି, ଖେଚେଡ଼ି ଆଦି ସାମିଲ କରନ୍ତୁ । ଶୁକ୍ରବାରଦିନ ଧଳାରଙ୍ଗର ଫଳ ଓ ପନିପରିବାରେ ସାମିଲ କରନ୍ତୁ । ଯେପରି ଖିରୀ,ଭାତ,କୋବି, ପନୀର,ବିରିଡ଼ାଲି ଇତ୍ୟାଦି ।

Related Articles

Leave a Reply

Your email address will not be published.

Back to top button