୫ ଯବାନ ଶହୀଦ

ନୂଆଦିଲ୍ଲୀ: ଚୀନ ସୀମା ସଂଲଗ୍ନ ଲଦାଖରେ ବନ୍ୟାଜଳରେ ସେନାର ଏକ ଟ୍ୟାଙ୍କ ଭାସିଯିବା ଫଳରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ଜଣେ ଜୁନିଅର କମିଶନଡ ଅଫିସର ମଧ୍ୟ ଅଛନ୍ତି । ଆଜି ଭୋର ପ୍ରାୟ ୩ଟା ସମୟରେ ଏହି ଅଘଟଣ ଘଟିଛି ।  ଦୌଲତ ବେଗ ଓଲଡି ଏରିଆରେ ଥିବା ଏକ ଶୁଖିଲା ନଦୀକୁ ସେନାର ଞ-୭୨ ଟ୍ୟାଙ୍କ ଅତିକ୍ରମ କରିବା ବେଳେ ହଠାତ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଟ୍ୟାଙ୍କଟି ଭାସିଯାଇଥିଲା । ସେଥିରେ ଥିବା ଜଣେ କନିଷ୍ଠ ସେନାଧିକାରୀଙ୍କ ସମେତ ମୋଟ ୫ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି । ଶହୀଦ ଯବାନଙ୍କ ପରିଚୟ ସ୍ପଷ୍ଟ ହୋଇନି । ମୃତକଙ୍କ ଭିତରେ ଅଛନ୍ତି ଜଣେ ଜେସିଓ ଏବଂ ୪ ଜଣ ଯବାନ। ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଲେହ ଠାରୁ ୧୪୮ କିଲୋମିଟର ଦୂରରେ ଥିବା ମନ୍ଦିର ମୋଡ଼ ନିକଟରେ ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି। ନଦୀ ପାର ହେଉଥିବା ବେଳେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କାରଣରୁ ୫ ଜଣ ସୈନିକ ଥିବା ଟି -୭୨ ଟ୍ୟାଙ୍କଟି ବୁଡ଼ି ଯାଇଥିଲା।

Related Articles

Leave a Reply

Your email address will not be published.

Back to top button