ଭିଣୋଇ ଫୁଟାଇଥିବା ଗୁଳିରେ ଶଳା ମୃତ

ଭୁବନେଶ୍ବର: ଗଜପତି ଜିଲ୍ଲା ମୋହନା ଥାନା ଭାଲିଆଗଣି ଗାଁରେ ଶିକାର କରିବାକୁ ଯାଇଥିବା ବେଳେ ଭିଣୋଇର ଗୁଳିମାଡ଼ରେ ଶଳାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।  ମୃତକଙ୍କ ନାଁ କୈଳାସ ନାୟକ। ଗତକାଲି କୈଳାସ ଓ ତାଙ୍କ ଭିଣୋଇ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ଭିଣୋଇ ଫୁଟାଇଥିବା ଗୁଳିରେ କୈଳାସଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। ଏହା ଏକ ଅଘଟଣ ନା ଜାଣିଶୁଣି ହତ୍ୟା କରି ଅଘଟଣର ରୂପ ଦେବାକୁ ପ୍ରୟାସ କରାଯାଉଛି, ପୁଲିସ୍ ସେ ଦିଗରେ ତଦନ୍ତ ଜାରି ରଖିଛି। ପୁଲିସ ଅଭିଯୁକ୍ତ ତଥା ମୃତ କୈଳାସଙ୍କ ଭିଣୋଇଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related Articles

Leave a Reply

Your email address will not be published.

Back to top button