କଥା ରଖିଲେ ପାଣ୍ଡିଆନ, ରାଜନୀତିରୁ ନେଲେ ସନ୍ନ୍ୟାସ

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବିଜେଡି ନେତା ପାଣ୍ଡିଆନ ଶେଷରେ ନିଜର କଥା ରଖିଛନ୍ତି। ବିଜୁ ଜନତା ଦଳର ପରାଜୟ ପରେ ଆଜି ସେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ରବିବାର ଭିଡିଓ ବାର୍ତ୍ତ ଜାରି କରି ସକ୍ରିୟ ରାଜନୀତିରୁ ଅବସର ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀ ତଥା ବିଜୁ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ, ଭାଜପା ଠାରୁ ଅତି ଶୋଚନୀୟ ଭାବେ ପରାଜିତ ହୋଇଛି। ଏହାପରେ ବଡ ଘୋଷଣା କରିଛନ୍ତି ପାଣ୍ଡିଆନ । ଭିଡିଓ ବାର୍ତ୍ତା ଜାରି କରି ବଡ ଘୋଷଣା କରିଛନ୍ତି ପାଣ୍ଡିଆନ । ବିଧିବଦ୍ଧ ଭାବେ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ବିଜୁ ଜନତା ଦଳର ପରାଜୟ ପାଇଁ କ୍ଷମା ମାଗିବା ସହିତ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ । ବିଜେଡିର ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ପାଣ୍ଡିଆନ। ଭିଡିଓ ବାର୍ତ୍ତାରେ ହାତଯୋଡି ବିଜୁ ପରିବାରକୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ‘ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି। ସବୁବେଳେ ଲୋକଙ୍କ ପାଇଁ କାମ କରିଛି। ୧୨ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଯୋଗ ଦେଇଥିଲି। ନବୀନଙ୍କୁ ସହାୟତା କରିବାକୁ ରାଜନୀତିକୁ ଓହ୍ଲାଇଥିଲି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କାମ କରି ଅନେକ କିଛି ଶିଖିଛି। ମହାପ୍ରଭୁଙ୍କ କୃପାରୁ ଲୋକସେବାରେ ସଫଳ ହୋଇଛି। ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ସମ୍ପତ୍ତି ନାହିଁ। ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି। ମୋ ପ୍ରଚାର ଯୋଗୁଁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ। ମେଣ୍ଟରଙ୍କୁ ସହାୟତା ପାଇଁ ମୁଁ ଅବସର ନେଇ ବିଜେଡିରେ ମିଶିଥିଲି। ମୋ ଗୁରୁ ନବୀନ, ମୋ ନିଶ୍ବାସରେ ନବୀନ ପଟ୍ଟନାୟକ ହିଁ ରହିବେ ବୋଲି ପାଣ୍ଡିଆନ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button