ଆସନ୍ତାକାଲି ହେବ ବିଧାନସଭା ଭୋଟ ଗଣତି, ସକାଳ ୬ ଟାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ବିଧାନସଭା ଆସନର ହେବ ଭୋଟ ଗଣତି। ଆସନ୍ତାକାଲି ରବିବାରରେ ସକାଳ ୬ ଟାରୁ ଗଣତି ଆରମ୍ଭ ହେବ। ତେବେ ଏହି ଗଣତି କେବଳ ଅରୁଣାଚଳ ପ୍ରଦେଶ ଓ ସିକିମରେ କରାଯିବ। ହେଲେ ଓଡିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ଭୋଟ ଗଣତି ଲୋକସଭା ସହିତ ଜୁନ ୪ ତାରିଖରେ କରାଯିବ। ଅରୁଣାଚଳ ପ୍ରଦେଶ ବିଧାନସଭାର ମୋଟ ୬୦ଟି ଆସନରୁ ୫୦ଟିରେ ଭୋଟ ଗଣତି କରାଯିବ। କାରଣ ସେଠାରେ ୧୦ଟି ଆସନରେ ବିଜେପି ନିଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ଫଳରେ ବାକି ଆସନରେ ରବିବାରରେ ଗଣତି କରାଯିବ। ଅରୁଣାଚଳ ପ୍ରଦେଶରେ ଗତ ଏପ୍ରିଲ ୧୯ ତାରିଖରେ ନିର୍ବାଚନ କରାଯାଇଥିଲା। ସେହିପରି ସିକିମ ବିଧାନସଭାରେ ଥିବା ୩୨ ଟି ଆସନ ଭୋଟ ଗଣତି ମଧ୍ୟ ଆସନ୍ତାକାଲି ରବିବାରରେ କରାଯିବ। ଏଠାରେ ଗତ ଏପ୍ରିଲ ୧୯ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button