ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଜାରି: ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସମଗ୍ର ଦେଶରେ ୪୯.୨୦% ଭୋଟ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଆଜି ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା, ଯାହା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ସାଧାରଣ ନିର୍ବାଚନର ଏହି ପର୍ଯ୍ୟାୟରେ ଜାତୀୟ ରାଜଧାନୀ ଦିଲ୍ଲୀର ସମସ୍ତ ସାତୋଟି ଆସନ ସମେତ ୫୮ ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯାଉଛି। ଅପରାହ୍ନ ୩ ଟା ପର୍ଯ୍ୟନ୍ତ ୪୯.୨୦ ପ୍ରତିଶତ ମତଦାନ ହୋଇଛି। ଏହା ପୂର୍ବରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୩୯ ପ୍ରତିଶତ ମତଦାନ ହୋଇଥିଲା। ଆଠଟି ରାଜ୍ୟ / ୟୁନିଅନ୍ ଅଞ୍ଚଳରେ ଏହି ୫୮ ଟି ସିଟ୍ ଉପରେ ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଭୋଟ୍ ପାଇଁ ୧.୧୪ ଲକ୍ଷ ମତଦାନ କେନ୍ଦ୍ର ସ୍ଥାପନ ହୋଇଥିବାବେଳେ ମୋଟ ୧୧.୧୩ କୋଟିରୁ ଅଧିକ ଭୋଟର ଅଛନ୍ତି। ଏଥିମଧ୍ୟରୁ ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଏବଂ ୫୧୨୦ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୫୮ ଟି ଆସନରେ ୮୫ ବର୍ଷରୁ ଅଧିକ ୮.୯୩ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ୧୦୦ ବର୍ଷରୁ ଅଧିକ ୨୩,୬୫୯ ଭୋଟର ଏବଂ ୯.୫୮ ଲକ୍ଷ ଭିନ୍ନକ୍ଷମ ଭୋଟର ଅଛନ୍ତି, ସେମାନଙ୍କୁ ଘରେ ଭୋଟ୍ ଦେବାର ବିକଳ୍ପ ଦିଆଯାଇଛି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ ଟି ଆସନ, ହରିୟାଣାରେ ୧୦ ଟି, ପଶ୍ଚିମବଙ୍ଗ ଏବଂ ବିହାରରେ ୮ ଟି, ବିହାରରେ ୭, ଓଡିଶାରେ ୬,ଝାଡଖଣ୍ଡରେ ଚାରିଟି ଏବଂ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ୪୨ ଟି ବିଧାନସଭା ଆସନରେ ମଧ୍ୟ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି।

Related Articles

Leave a Reply

Your email address will not be published.

Back to top button