ଅହମ୍ମଦାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହାରୁଖ ଖାନ୍‌

ବମ୍ବେ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପାଇଁ ଚିନ୍ତାଜନକ ଖବର। ଅସୁସ୍ଥ ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିଛି। ହସ୍ପିଟାଲର ଡାକ୍ତରଙ୍କ କହିବା ମୁତାବକ, ପ୍ଲେ ଅଫ୍‌ ମ୍ୟାଚ୍‌ ଥିବାରୁ ସେ ଦୁଇଦିନ ଆଗରୁ ଅହମ୍ମଦାବାଦ ଆସିଥିଲେ। ମଙ୍ଗଳବାର ଅଭିନେତାଙ୍କୁ ଡିହାଇଡ୍ରେଶନ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ସକାଳେ ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୧ଟାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବିଶ୍ରାମ କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। ପ୍ରକାଶ ଯେ, ବର୍ତ୍ତମାନ ସମୟରେ ଭାରତର ଅନେକ ସହର ଭଳି ଅହମ୍ମଦାବାଦରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏଠାରେ ଦିନରେ ୪୫ଡିଗ୍ରୀ ତାପମାତ୍ରା ରହୁଛି। ଏହାକୁ ନେଇ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ୍‌ ଜାରି କରିଛି।

Related Articles

Leave a Reply

Your email address will not be published.

Back to top button