ମୋ ବୁଥ ଆପର ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସହିତ ଖୋର୍ଦ୍ଧା ଜିଲ୍ଲାର ସବୁ ନିର୍ବାଚନମଣ୍ଡଳି ପାଇଁ ‘ମୋ ବୁଥ ଆପ୍’ର ଶୁଭାରମ୍ଭ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ଏହି ଆପ୍ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଛି। ଭୁବେନେଶ୍ୱର ଭୋଟରମାନେ ବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି। ସେମାନଙ୍କ ସୁବିଧା ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଦ୍ବାରା ଭୁବନେଶ୍ୱରରେ ସହଜରେ ପୋଲିଂ ବୁଥ ପାଇପାରିବେଭୋଟର। ଗୁଗୁଲ ମ୍ୟାପ୍ ଦ୍ବାରା ଜାଣିପାରିବେ ବୁଥ୍ । କେଉଁ ବୁଥରେ କେତେ ଭିଡ଼ ଅଛି, ଭୋଟର ଜାଣିପାରିବେ। ପୋଲିଂ ପାର୍ଟି ଗଲେ କି ନାହିଁ, ମକପୋଲ ଠିକ ସମୟରେ ହେଲାକି ନାହିଁ, ସନ୍ଧ୍ୟା ବେଳେ ପୋଲିଂ ସାରିକି ପୋଲିଂ ପାର୍ଟି ବାହାରିଲେ କି ନାହିଁ, ଏହି ଆପ୍ ଦ୍ୱାରା ଜାଣିହେବ। କୌଣସି ପୋଲିଂ ସମସ୍ୟା ଥିଲେ ମଧ୍ୟ ଜାଣି ହେବ।

Related Articles

Leave a Reply

Your email address will not be published.

Back to top button