ଦିଲ୍ଲୀର ମହିଳାମାନେ ପାଇବେ ପ୍ରତି ମାସରେ ୧୦୦୦ ଟଙ୍କା : କେଜ୍ରିୱାଲଙ୍କ ଘୋଷଣା

ନୂଆଦିଲ୍ଲୀ: ସୋମବାର ଦିନ ଲୋକସଭା ନିର୍ବାଚନର ୯୬ ଟି ସଂସଦୀୟ ଆସନରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀର ଷଷ୍ଠ ପର୍ଯ୍ୟାୟରେ ଲୋକମାନେ ମେ ୨୫ ତାରିଖରେ ସାତୋଟି ସିଟ୍ ପାଇଁ ଭୋଟ୍ ଦେବେ। ଏହି ସମୟରେ ଜେଲରୁ ବାହାରିବା ପରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆମ୍ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାରକୁ ଆଗେଇ ନେବା ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଘୋଷଣା କରିଛନ୍ତି ଯେ, ଦିଲ୍ଲୀର ମହିଳାମାନେ ଶୀଘ୍ର ୧୦୦୦ ଟଙ୍କା ପାଇବେ। ଆମ ଆଦମୀ ପାର୍ଟି ଦ୍ଵାରା ଆୟୋଜିତ ହୋଇଥିବା ନିର୍ବାଚନ ରାଲିରେ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ କହୁଛନ୍ତି ଯେ, ମୁଁ ଜେଲରେ ଥିବାବେଳେ ମଧ୍ୟ ମୁଁ ଆପଣଙ୍କ ବିଷୟରେ ଚିନ୍ତିତ ଥିଲି। ଏହି ସମୟରେ ସିଏମ କେଜ୍ରିୱାଲ ଏକ ରୋଡ ସୋ ସମୟରେ କହିଛନ୍ତି ଯେ, “ମୁଁ ଜେଲରେ ଥିବାବେଳେ ମଧ୍ୟ ମୋର ମା ଏବଂ ଭଉଣୀମାନେ ମାଗଣା ବସ୍ ଯାତ୍ରା କରୁଛନ୍ତି କି ନାହିଁ ମୁଁ ଚିନ୍ତିତ ଥିଲି। ପାଣି ଓ ବିଦ୍ୟୁତ୍ ସେମାନଙ୍କ ଘରେ ପହଞ୍ଚୁଛି ନା ନାହିଁ। ଆପଣମାନେ ଚିନ୍ତା କରନ୍ତୁ ନାହିଁ ମୁଁ ଶୀଘ୍ର ମୋ ଭଉଣୀମାନଙ୍କୁ ୧୦୦୦ ଟଙ୍କା ଦେବି।

Related Articles

Leave a Reply

Your email address will not be published.

Back to top button