ଅଭିନେତା ଅନୁଭବଙ୍କ ବଢିଲା ଅଡୁଆ

ଭୁବନେଶ୍ବର: ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ୟାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଅଭିଯୋଗ ମିଥ୍ୟା ଦର୍ଶାଇ ଡିସଚାର୍ଜ ପିଟିସନ ଦାୟର କରିଥିଲେ ଅନୁଭବ। ଅନ୍ୟପଟେ ମେ’ ୧୦ରେ ଚାର୍ଜଫ୍ରେମ ପାଇଁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ନିର୍ୟାତନା ମାମଲା ରୁଜୁ କରିଥିବା ବେଳେ ଏହାକୁ ରଦ୍ଦ କରିବା ପାଇଁ ଅନୁଭବ ଏମ୍‌ପି ଏମ୍‌ଏଲେ କୋର୍ଟରେ ଅନୁରୋଧ କରିଥିଲେ। ହେଲେ ଏହାକୁ ବର୍ଷାଙ୍କ ପକ୍ଷରୁ ବିରୋଧ କରାଯିବା ସହ ଏହି ମାମଲାରେ ଚାର୍ଜଫ୍ରେମ ପାଇଁ ଯୁକ୍ତି ରଖିଥିଲେ।

Related Articles

Leave a Reply

Your email address will not be published.

Back to top button