ବିଧାୟକ ସମୀର ରଂଜନ ଦାସଙ୍କ ବିଜେଡି ଦେଲା ନୂଆ ଦାୟିତ୍ବ

ଭୁବନେଶ୍ବର: ଶେଷରେ ନିମାପଡା ବିଧାୟକ ସମୀର ଦାସଙ୍କ ମାନଭଂଜନ ପାଇଁ ବିଜେଡି ତାଙ୍କୁ ଏକ ପଦବୀରେ ନିଯୁକ୍ତି ଦେଇଛି। କାରଣ ନିମାପଡାରେ ସମୀରଙ୍କୁ ଦଳ ଟିକେଟ ନ ଦେଇ ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ସମୀର ନିମାପଡାରେ ପ୍ରତିବାଦ କରିଥିଲେ। ତାଙ୍କ ସମର୍ଥକମାନେ ବିଜେଡିରୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି। ହେଲେ ସେ ନିଜେ ଏ ପର୍ଯ୍ୟନ୍ତ ଦଳରୁ ଇସ୍ତଫା ଦେଇ ନାହାଁନ୍ତି। ଆଜି ବିଜେଡି ସମୀର ରଂଜନ ଦାସଙ୍କୁ ଢେଙ୍କାନାଳ ଲୋକସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଏ ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଦେଓଗଡର ରାଣୀ ଅରୁନ୍ଧତୀ ଦେବୀଙ୍କୁ ମଧ୍ୟ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button