ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ସୁଷମା ଅନ୍ଧାରେ

ନୂଆଦିଲ୍ଲୀ: ଶିବସେନା (ଉଦ୍ଧବ ଦଳ) ନେତା ସୁଷମା ଅନ୍ଧାରେଙ୍କ ପାଇଁ ଆସିଥିବା ହେଲିକପ୍ଟରଟି ମହାରାଷ୍ଟ୍ରର ମହାଡ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଷମା ଅନ୍ଧାରେ ହେଲିକପ୍ଟରରେ ବସିବା ପୂର୍ବରୁ ହେଲିକପ୍ଟରଟି ଖସିପଡିଥିଲା। ପାଇଲଟମାନେ ସୁରକ୍ଷିତ ଥିବା କୁହାଯାଉଛି। ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୁଷମା ଅନ୍ଧାରେ ହେଲିକପ୍ଟରରେ ବସିବା ପୂର୍ବରୁ ହେଲିକପ୍ଟରଟି ଖସିପଡିଥିଲା। ସୌଭାଗ୍ୟବଶତଃ ଏକ ବଡ଼ ଅଘଟଣଟି ଟଳିଯାଇଛି। ସକାଳ ୯.୩୦ ରେ ସୁଷମା ଅନ୍ଧରେ ବାରାମତୀ ଆଡକୁ ଯିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ରାଜନୀତିରେ ସୁଷମା ଅନ୍ଧାରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ। ସେ ଜଣେ ଓକିଲ, ଅଧ୍ୟାପକ ଏବଂ ଲେଖକ ମଧ୍ୟ। ରାଜନୀତି ବିଜ୍ଞାନରେ ତାଙ୍କର ଡକ୍ଟରେଟ୍ ଏବଂ ମାଷ୍ଟର ଡିଗ୍ରୀ ରହିଛି। ସେ ଦଲିତ / ଆମ୍ବେଦକରବାଦୀ ଆନ୍ଦୋଳନରେ ତଥା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ କାର୍ଯ୍ୟ ପାଇଁ ଜଣାଶୁଣା। ସେ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି। ସେ ଉଦ୍ଧବ ବାଲାସାହେବ ଠାକରେଙ୍କ ନେତୃତ୍ୱରେ ଶିବସେନା ଦଳର ଏକ ଅଂଶ। ସେ ଉଚ୍ଚକୋଟୀର ଭାଷଣ ପାଇଁ ଜଣାଶୁଣା। ସେ ଜୁଲାଇ ୨୦୨୨ ରେ ଶିବସେନାରେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button