ଧୂପକାଠିର ଧୂଆଁ ଶରୀର ପାଇଁ କ୍ଷତିକାରକ

ହିନ୍ଦୁ ବିଧିରେ ଧୂପକାଠି ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଏହା ଯେ କେବଳ ଆଧ୍ୟାତ୍ମିକତାକୁ ସୂଚାଇଥାଏ ତାହା ନୁହେଁ ବରଂ ଏହା ଶାନ୍ତି ଏବଂ ସମୃଦ୍ଧିକୁ ମଧ୍ୟ ପ୍ରସ୍ଫୁଟିତ କରିଥାଏ। କିନ୍ତୁ ଏସବୁ ସତ୍ତ୍ବେ ଧୂପକାଠି ଯେ ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ ଏହା ଆମେ କେହି ଜାଣିନାହୁଁ।

୨୦୧୫ ମସିହାର ଚାଇନିଜ୍ ଅନୁଧ୍ୟାନରୁ ଜଣାଯାଇଛି ଯେ, ଯେତେବେଳେ ଧୂପକାଠି ଜଳୁଥାଏ ସେତେବେଳେ ଏଥିରୁ ବାହାରୁଥିବା ଧୂଆଁରୁ କ୍ଷୁଦ୍ର କଣିକା ବାୟୁରେ ପ୍ରବେଶ କରିଥାଏ। ଏହି ଧୂଆଁରୁ ବାହାରୁଥିବା ଟକ୍ସିକ୍ କଣିକା ଆମ ଶରୀର ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ।

ଏହି ଧୂଆଁ ୩ପ୍ରକାରର ଟକ୍ସିନ୍ ନିର୍ଗତ କରିଥାଏ ଯାହା ଦ୍ବାରା କ୍ୟାନସର ହୋଇଥାଏ। ଏଗୁଡ଼ିକ ହେଲା ମ୍ୟୁଟାଜେନିକ୍,ଜେନୋଟକ୍ସିକ୍ ଏବଂ ସାଇଟୋଟକ୍ସିକ୍। ଅନ୍ୟାନ୍ୟ ଫୁସଫୁସଜନିତ ରୋଗ ମଧ୍ୟ ଏହା ଯୋଗୁଁ ହୋଇଥାଏ। ଜନ୍ମ ସମ୍ବନ୍ଧୀୟ ଆକୃତିର ପରିବର୍ତ୍ତନ ଯୋଗୁଁ ଡିଏନଏରେ ପରିବର୍ତ୍ତନ ହୋଇଥାଏ ଯାହା ଏକ ଉତ୍ତମ ସଙ୍କେତ ନୁହେଁ।

ଧୂପକାଠିରୁ ବାହାରୁଥିବା ଧୂଆଁକୁ ଯଦି ଆପଣ ନିଃଶ୍ବାସରେ ଗ୍ରହଣ କରୁଛନ୍ତି ତେବେ ଏହା ଆପଣଙ୍କ ଫୁସଫୁସରେ ପ୍ରବେଶ କରି ଯନ୍ତ୍ରଣାମୟ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

Related Articles

Leave a Reply

Your email address will not be published.

Back to top button