କମିଲା ଏଲପିଜି ଦର

ନୂଆଦିଲ୍ଲୀ: ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୯ ଟଙ୍କା ହ୍ରାସ ପାଇଛି। ଏହାଫଳରେ ଏବେ ସେଠାରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଛି। ଏହା ବ୍ୟବସାୟୀମାନଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି। ପୂର୍ବରୁ ଜାନୁଆରୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୧.୫୦ ଟଙ୍କା ବଢ଼ିଥିଲା। ଫେବ୍ରୁଆରୀରେ ୧୪ ଟଙ୍କା ବୃଦ୍ଧି ହୋଇଥିଲା। ମାର୍ଚ୍ଚ ମାସରେ ଏହା ୨୫.୫୦ ଟଙ୍କା ବଢ଼ିଛି।  ଗତ ୩ ମାସ ମଧ୍ୟରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ ମୋଟ ୪୧ ଟଙ୍କା ବୃଦ୍ଧି ପାଇଛି। କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ମାର୍ଚ୍ଚ ୧ଠାରୁ ଲାଗୁ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button