“ମୋ ପରିବାର” ପକ୍ଷରୁ ଶରତ ଚନ୍ଦ୍ର ପାଇକରାୟଙ୍କ ସ୍ମୃତିସଭା

ଜଟଣୀ (ଶୁଭେନ୍ଦ୍ର ଶତପଥୀ) : ରାମଚନ୍ଦ୍ରପୁର ସ୍ଥିତ ମା” ଉତ୍ତରାୟଣୀ ପୀଠରୁ ଶୁକ୍ରବାର “ମୋ ପରିବାର” ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ଯମୁନା ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସଦସ୍ୟ ଓ ସଦସ୍ୟା ଏକତ୍ରିତ ହୋଇ ଯମୁନା ଗ୍ରାମକୁ ଯାଇଥିଲେ l “ମୋ ପରିବାର”ର ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ପୁଲିସ ଏସଆଇ ଦିବଂଗତ ଶରତ ଚନ୍ଦ୍ର ପାଇକରାୟଙ୍କ ଅମର ଆତ୍ମାର ସଦଗତି ପାଇଁ ଏକଦଶାହରେ ଯମୁନା ଗ୍ରାମରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା l “ମୋ ପରିବାର”ର ସମସ୍ତ ସଦସ୍ୟ ଓ ସଦସ୍ୟା, ବନ୍ଧୁ, କିଛି ଗ୍ରାମବାସୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଦିବଂଗତ ଶରତ ଚନ୍ଦ୍ର ପାଇକରାୟଙ୍କ ସ୍ମୃତିଚାରଣ କରିଥିଲେ l

ତାଙ୍କ ମୃତ୍ୟୁରେ “ମୋ ପରିବାର”ର ଅପୂରଣୀୟ କ୍ଷତି ହୋଇଛି ବୋଲି ସମସ୍ତ ସଦସ୍ୟସଦସ୍ୟା ପ୍ରକାଶ କରିବା ସମୟରେ ଶୋକପ୍ରକଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଘମାରୀ ଥାନା ଅଧିକାରୀ ରଞ୍ଜିତ ନାୟକ, ନର୍ମଦା ଡୋରା, ଶୁଭ୍ରାଂଶୁ ଶେଖର, ଵିନତୀ ପ୍ରଧାନ, ମମତା ବେହେରା, ସସ୍ମିତା ମହାପାତ୍ର, ମଧୁମିତା ପାଣି, ବୁବୁ ସ୍ୱାଇଁ, ରମେଶ ସାହୁ, ମନୋଜ ଜେନା, ମୁନା ନାୟକ, ଭାରତୀ ସିଂହ, ଭାଗ୍ୟଧର ମହାପାତ୍ର, ଶୁଭଲଷ୍ମୀ ସାମନ୍ତରାୟ,ରାଜେଶ ନାୟକ, ମୋହନ ଜୟସିଂହ, ପର୍ଶୂରାମ ପରିଡ଼ା, ସରୋଜ କୁମାର ଜେନା, ଦିଲ୍ଲୀପ କୁମାର ଜେନା, ରବୀନ୍ଦ୍ର ଜେନା ଏବଂ ଜ୍ୟୋତ୍ସ୍ନାରାଣୀ ମିଶ୍ର ସ୍ମୃତିସଭାକୁ ଅତ୍ୟନ୍ତ ଗଭୀର ଶୋକରେ ପରିଚାଳନା କରିଥିବା ଦେଖି ଉପସ୍ଥିତ ବ୍ୟକ୍ତି, ପରିବାର ବର୍ଗ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ବୋଲି “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ୱାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ପ୍ରଦାନ କରିଛନ୍ତି l

Related Articles

Leave a Reply

Your email address will not be published.

Back to top button