କୁମ୍ଭମେଳାରେ ମାନିଲେନି କରୋନା କଟକଣା

୨୮ ଲକ୍ଷ ଲୋକ ପକାଇଲେ ବୁଡ଼

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାର ଅଂଶ ବିଶେଷ ଗଙ୍ଗାନଦୀରେ ହିର କି ପୌର ଘାଟରେ ମାତ୍ରାଧିକ ଶ୍ରଦ୍ଧାଳୁ ଦ୍ୱିତୀୟ ସାହି ସ୍ନାନ କରିଛନ୍ତି । ପ୍ରାୟ ୨୮ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଏହି ପବିତ୍ର ବୁଡ଼ ପକାଇବା ପାଇଁ ଦିନ ତମାମ ଶ୍ରଦ୍ଧାଳୁମାନେ ଯେପରି ସମବେତ ହୋଇଥିଲେ ସେଠାରେ କରୋନାର କୌଣସି କଟକଣା ନଥିଲା । ଏପରିକି ସାମାଜିକ ଦୂରତା ବଜାୟ ରଖିବା ଅସମ୍ଭବ ବୋଲି କୁମ୍ଭମେଳା ପୁଲିସ ଆଇଜି ସଞ୍ଜୟ ଗୁଞ୍ଜାଲ କହିଛନ୍ତି । ଲୋକଙ୍କୁ କୋଭିଡ ନିୟମ ଅନୁପାଳନ ପାଇଁ ବାରମ୍ବାର ସଚେତନ ସହ ନିବେଦନ କରାଯାଉଥିବା ବେଳେ ନଦୀଘାଟରେ ତାହା ପାଳନ କରିବା ପାଇଁ ଭାରି କଷ୍ଟ ବୋଲି ସେ କହିଛନ୍ତି । ଯଦି ସାମାଜିକ ଦୂରତ୍ୱ ବଜାୟ ପାଇଁ ଘାଟ ପାଖରେ ବାଧ୍ୟ କରାଯାଏ, ତେବେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ସୋମବତୀ ଅମାବାସ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଥିଲେ । ଅନ୍ୟ ପକ୍ଷରେ ଭାରତରେ ଦ୍ୱିତୀୟ ଲହର ସଂକ୍ରମଣ ବଢ଼ି ଚାଲିଥିବା ବେଳେ କୁମ୍ଭମେଳାରେ ଏଭଳି ଖୁଲମ ଖୁଲା କରୋନା ନିୟମ ଭଙ୍ଗ ଓ ସାମାଜିକ ଦୂରତ୍ୱ ଅବଲମ୍ବନ ନ ହେବା ଘଟଣାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି ।

Related Articles

Leave a Reply

Your email address will not be published.

Back to top button