ଆମେରିକୀୟ କଣ୍ଠଶିଳ୍ପୀ ତଥା ଗ୍ରାମି ପୁରସ୍କାର ବିଜେତା ମାଣ୍ଡିସାଙ୍କ ପରଲୋକ

ନୂଆଦିଲ୍ଲୀ: ଆମେରିକୀୟ ଆଇଡଲ୍ ବିଜେତା ତଥା ଗ୍ରାମୀ ପୁରସ୍କାର ବିଜେତା କଳାକାର ମାଣ୍ଡିସାଙ୍କୁ ତାଙ୍କ ଘରେ ରହସ୍ୟମୟ ଭାବେ ମୃତଦେହ ମିଳିଛି। ତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଫ୍ରାଙ୍କଲିନ୍ ଟେନେସିର ୪୭ ବର୍ଷିୟା ଗାୟକଙ୍କ ଘରେ ଏହି ଦୁର୍ଘଟଣା ଘଟିଛି। ତାଙ୍କ ମୃତ୍ୟୁ ଖବର ଶୁକ୍ରବାର ଦିନ ନିଶ୍ଚିତ ହୋଇଛି। କିନ୍ତୁ ମୃତ୍ୟୁର କାରଣ ଜଣା ପଡି ନାହିଁ। ସେମାନଙ୍କ ଚାରିପାଖରେ ମିଳିଥିବା ପ୍ରମାଣ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି। ଏହି ସମୟରେ, ମାଣ୍ଡିସାଙ୍କ ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି। ୨୦୦୬ ରେ ଆମେରିକାନ ଆଇଡଲ୍ ସହିତ ପ୍ରତ୍ୟେକ ଘରେ ମାଣ୍ଡିସାଙ୍କ ସ୍ୱର ପ୍ରସିଦ୍ଧ ହୋଇଥିଲା। ପରବର୍ତ୍ତୀ ବର୍ଷ ସେ ଟ୍ରୁ ବିୟୁଟି ନାମକ ପ୍ରଥମ ଆଲବମ୍ ମୁକ୍ତିଲାଭ କରିଥିଲେ। ଏହି ଆଲବମ୍ ସହିତ ଖ୍ରୀଷ୍ଟିଆନ ସଙ୍ଗୀତରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ଏହା ପରେ ତାଙ୍କର ଅନେକ ଆଲବମ୍ ମୁକ୍ତିଲାଭ କରିଥିଲା। ଯେଉଁଥିରେ ଫ୍ରିଡମ୍, ଇଟ୍ସ ଖ୍ରୀଷ୍ଟମାସ, ହ୍ଵାଟ ଇଫ ୱି ରିଅଲ୍ ଭଳି ଆଲବମ୍ ଅନ୍ତର୍ଭୁକ୍ତ। ତାଙ୍କର ଗୀତ ଗାଇବା ଦକ୍ଷତା ହେତୁ ମାଣ୍ଡିସା ଏକ ଗ୍ରାମୀ ପୁରସ୍କାର ମଧ୍ୟ ପାଇଥିଲେ। ତାଙ୍କୁ ୨୦୧୦, ୨୦୧୨ ଏବଂ ୨୦୧୪ ମସିହାରେ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button