ଲୋକସଭା ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ମଣିପୁରରେ ହିଂସା, ବୁଥରେ ଚାଲିଲା ଗୁଳି

ନୂଆଦିଲ୍ଲୀ: ମଣିପୁରରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟ୍ ସମୟରେ ହିଂସା ହେବାର ଖବର ରହିଛି। ଏଠାରେ ବିଷ୍ଣୁପୁର ନିର୍ବାଚନମଣ୍ଡଳୀରେ ମତଦାନ ବୁଥରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ପରେ ଉତ୍ତେଜିତ ଭୋଟର ଇଭିଏମ୍ ଭାଙ୍ଗିଦେଇଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମଣିପୁର ଲୋକସଭା ନିର୍ବାଚନରେ ​​ପ୍ରଥମ ପର୍ଯ୍ୟାୟ ଭୋଟ୍ ସମୟରେ ହିଂସା ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଣିପୁରର ମୋଇରଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଥମନପୋକପିରେ ଥିବା ଏକ ମତଦାନ କେନ୍ଦ୍ରରେ ଗୁଳି ବିନିମୟ ହୋଇଛି।

Related Articles

Leave a Reply

Your email address will not be published.

Back to top button