କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ଯୁବ ଦଳୀତ ନେତା ଦେବାଶିଷ ଜରାରିଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ଝଟକା ଲାଗିବା ବନ୍ଦ ହେଉନାହିଁ। ପ୍ରାୟ ପ୍ରତ୍ୟେକ ଦିନ କଂଗ୍ରେସକୁ ଝଟକା ଲାଗିଛି। ଆଜି ମଧ୍ୟ କଂଗ୍ରେସର ଜଣେ ଯୁବ ଦଳୀତ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ ଏକ ଭିଡିଓ ସେୟାର କରି ନିଜକୁ ଏକ ମାଛି ସହିତ ତୁଳନା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଲୋକସଭା ନିର୍ବାଚନରେ ​​ଭିଣ୍ଡ-ଦତ୍ତିଆ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ପ୍ରାର୍ଥୀ ଦେବାଶିଷ ଜରାରିଆ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଯୁବ ଦଲିତ ନେତା ଭାବରେ ଦେବାଶିଷ ଜରାରିଆଙ୍କୁ ଦେଖାଯାଏ। ଆଜି ଦଳରୁ ଇସ୍ତଫା ଦେବାବେଳେ ଦେବାଶିଷ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଦେବାଶିଷ କହିଛନ୍ତି ଯେ, କଂଗ୍ରେସର ନେତାମାନେ ମୋର ରାଜନୈତିକ ହତ୍ୟା କରିବାର ଦାୟିତ୍ଵ ନେଇଛନ୍ତି। କ୍ଷୀରରେ ମାଛି ପରି କଂଗ୍ରେସ ମୋତେ ଫିଙ୍ଗି ଦେଇଛି।

Related Articles

Leave a Reply

Your email address will not be published.

Back to top button