କାଳରାତ୍ରି ବେଶରେ ଦର୍ଶନ ଦେଲେ ’ମା’

ଜଟଣୀ (ଶୁଭେନ୍ଦ୍ର ଶତପଥୀ): ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ସପ୍ତମୀ ତିଥିରେ ମା’ କାଳରାତ୍ରି ବା କାଳୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ଙ୍କୁ ମହାସ୍ନାନ କରାଯାଇ କାଳରାତ୍ରି ବେଶରେ ସଜ୍ଜିତ କରାଯାଇଥିଲା l ଗୁପ୍ତ ପୂଜା ପରେ ଆଳତି ସହିତ ଦ୍ୱାର ଖୋଳାଯାଇ ମା’ ଦର୍ଶନ ଦେଇଥିଲେ l ମା’ ରବିବାର ତ୍ରିନୟନା ଚତୁର୍ଭୁଜା ମୁଣ୍ଡମାଳା ବିଭୂଷିତା, ବ୍ୟାଘ୍ରଛାଲ ପରିହିତା ଗଧର୍ବୀ ବାହାନେ ଗତା, ଉପର ବାମ ହସ୍ତ ଖଡ୍ ତଳ ହସ୍ତେ ବର୍ଚ୍ଛା, ଡାହାଣ ଉପର ହସ୍ତେ ବରଦ ଓ ତଳ ହସ୍ତେ ଅଭୟ ଆଶୀର୍ବାଦ ମୁଦ୍ରାରେ ଦର୍ଶନ ଦେଇଥିଲେ l ଷୋଡଶ ଉପଚାର ପୂଜା ମହା ସପ୍ତସତୀ ସମ୍ପୂର୍ଣ୍ଣା ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା l ଆସନ୍ତା କାଲି ମା’ ମହାଗୌରୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ l ଆଜିର କାର୍ଯ୍ୟକ୍ରମକୁ ସଭପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ,ଭାଗିରଥି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ପଣ୍ଡା, ମୀରା ଦଳାଇ, ରାନୁ ମଙ୍ଗରାଜ, ପ୍ରମିଳା ସାହାଣୀ, ଶଶାଙ୍କ ରାୟ, ଅନନ୍ତ ବେହେରା, ନାଗଭୂଷଣ ରାୟ ପ୍ରମୁଖ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button