ମେ ୧୦ରୁ ପୂର୍ଵ ଓଡିଶା ଧନୁଯାତ୍ରା ଆରମ୍ଭ

ଜଟଣୀ(ଶୁଭେନ୍ଦ୍ର ଶତପଥୀ): ସ୍ଥାନୀୟ ପାତ୍ରପଡ଼ା ଗ୍ରାମରେ ଅକ୍ଷୟ ତୃତୀୟା ମେ୧୦ ଠାରୁ ଆରମ୍ଭ ହୋଇ ୧୭ପର୍ଯ୍ୟନ୍ତ ପୂର୍ଵ ଓଡିଶା ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ କରାଯିବ ବୋଲି ଶୁକ୍ରବାର ଧନୁଯାତ୍ରା ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ସୂଚନା ଦେଇଛି l ୩୫ ତମ ଶ୍ରୀକୃଷ୍ଣ ରାସଲୀଳା ଏବଂ ପୂର୍ଵ ଓଡିଶା ଧନୁଯାତ୍ରା ପ୍ରତି ବର୍ଷ ଭଳି ପାରମ୍ପରିକ ଵିଧି ଅନୁସାରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ମଦନ ମୋହନ ଦେବଙ୍କ ସ୍ଥାପନା ଉତ୍ସବରେ ଅନୁଷ୍ଠିତ ହେବ l ଧନୁଯାତ୍ରା ପଡିଆରେ ମିନା ବଜାର, ଖାଦ୍ୟପଦାର୍ଥ ଷ୍ଟଲ,ସରକାରୀ ଓ ବେସରକାରୀ ଷ୍ଟଲ ଖୋଲାଯିବା ସହିତ ପ୍ରତି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ l ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କ ରାସଲୀଳା ପରିବେଷଣ କରାଯିବ l ଉତ୍ସବ ପୂର୍ଵରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ପିପିଲି ଏବଂ ଜଟଣୀ ସହର ମଧ୍ୟରେ ଶୋଭାଯାତ୍ରାରେ ଧନୁଯାତ୍ରା ପଡ଼ିଆକୁ ଅଣାଯିବ ବୋଲି ପରିଚାଳନା କମିଟି ସୂଚନା ଦେଇଛି l ସାମ୍ବାଦିକ ସମ୍ମିଳନୀ ରେ କମିଟିର ସଭାପତି ମନମୋହନ ରାଉତରାୟ,ଉପ ସଭାପତି ଅଭିମନ୍ୟୁ ପ୍ରଧାନ,ସମ୍ପାଦକ ଅଶୋକ କୁମାର ମଙ୍ଗରାଜ,ତାରକେଶ୍ୱର ସ୍ୱାଇଁ,କେଳୁଚରଣ ସାହୁ,ମନୋଜ ସାହୁ,ପ୍ରମୋଦ ସାହୁ,ଲଲାତେନ୍ଦୁ ବେଵର୍ତା,ଲକ୍ଷ୍ମୀଧର ବିଶ୍ୱାଲ,ପଦ୍ମ ଚରଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l

Related Articles

Leave a Reply

Your email address will not be published.

Back to top button