ଦିନକରେ ଦେଢ଼ ଲକ୍ଷ ଟପିଲା କୋରୋନା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ହୁ ହୁ ହୋଇ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ଗତ ୫ ଦିନ ହେଲା କ୍ରମାଗତ ଭାବେ ଲକ୍ଷେରୁ ଅଧିକ ସଂକ୍ରମିତଙ୍କୁ ଠାବ କରାହେଉଛି। ଶନିବାର ଦିନକ ଭିତରେ ଭାରତରେ ୧ ଲକ୍ଷ ୫୨ ହଜାର ୮୭୯ ଜଣ ନୂଆ ସଂକ୍ରମିତଙ୍କୁ ଠାବ କରାଯିବା ଫଳରେ ଦେଶରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୩ ଲକ୍ଷ ୫୬ ହଜାର ୮୦୫ରେ ପହଞ୍ଚିଯାଇଛି। ସେହିପରି ଦିନକ ଭିତରେ ୮୩୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିବା ଫଳରେ ମୋଟ ସଂଖ୍ୟା ୧ କୋଟି ୬୯ ଲକ୍ଷ ୨୭୫ରେ ପହଞ୍ଚଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ରବିବାର ପୂର୍ବାହ୍ନରେ ଦିଆଯାଇଥିବା ସୂଚନାନୁସାରେ, ଏବେ ଦେଶର ବିଭିନ୍ନ ଚିକିତ୍ସାଳୟରେ ସାଢ଼େ ୬ ମାସ ଭିତରେ ସର୍ବାଧିକ ୧୦ ଲକ୍ଷ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତ ଅକ୍ଟୋବର ୧୮ ତାରିଖ ପରେ ଶନିବାର ସର୍ବାଧିକ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଗତ ୨୪ ଘଣ୍ଟାରେ ୯୦ ହଜାର ୫୮୪ ଜଣ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ଅବା ସୁସ୍ଥତା ଲାଭ କରିଛନ୍ତି। ଏଥିସହ ଦେଶରେ ଆଜି ପର୍ଯ୍ୟନ୍ତ କୋରୋନା ଭୂତାଣୁକୁ ୧ କୋଟି ୩୩ ଲକ୍ଷ ୫୮ ହଜାର ୮୦୫ ଜଣ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ଗତବର୍ଷ ଶେଷ ଭାଗ ପର୍ଯ୍ୟନ୍ତ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ କମିଥିଲେ ମଧ୍ୟ ଗତ ଜାନୁଆରୀରୁ ଏହି ସଂଖ୍ୟା ଧୀରେ ଧୀରେ ବଢ଼ିବା ସହ ଏବେ ପରିସ୍ଥିତି ଅଣାୟତ୍ତ ଅବସ୍ଥାରେ ପହଞ୍ଚିଯାଇଛି।

Related Articles

Leave a Reply

Your email address will not be published.

Back to top button