ମାନସିକ ଦଣ୍ଡୁଆ ଭକ୍ତଙ୍କ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦୁଇ ମୃତ, ୭ ଆହତ

ଭୁବନେଶ୍ବର: ଆଜି ଭୋରରେ ବ୍ରହ୍ମପୁରରୁ କ୍ଷତ୍ରିୟ ବରପୁର ଅଭିମୁଖେ ଯାଉଥିବା ଏକ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟି ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଛି। ଯାହା ଫଳରେ ଗାଡ଼ିରେ ବସିଥିବା ମାନସିକ ଦଣ୍ଡୁଆ ଭକ୍ତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଦଣ୍ଡୁଆ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ଦହିମୁଣ୍ଡଳି ଗ୍ରାମ ଦଣ୍ଡନାଚ ଗୋଷ୍ଠୀର ଦଣ୍ଡୁଆ ମାନେ ଉକ୍ତ ଗାଡିରେ ଯିବା ବେଳେ ଏହି ଭଳି ଘଟଣା ଘଟିଛି। ମୃତ୍ୟୁ ବରଣ କରିଥିବା ଦଣ୍ଡୁଆ ମାନଙ୍କର ପରିଚୟ ମିଳିନାହିଁ। ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button