୮ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର:ରାଜ୍ୟରେ ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଓଡ଼ିଶା ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ୮ଜଣ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ କଟକ ଜିଲ୍ଲାପାଳ ବିନିତ ଭରଦ୍ୱାଜଙ୍କୁ ବଦଳି କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହାଛଡ଼ା ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ମଧ୍ୟ ବଦଳି କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର,  ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ଖୋର୍ଦ୍ଧା ଏସପି ବି.ଯୁଗୋଳ କିଶୋରଙ୍କୁ ମଧ୍ୟ ବଦଳି କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ଆଇପିଏସ କନୱର ବିଶାଲ ସିଂହଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହଙ୍କୁ ମଧ୍ୟ ବଦଳି କରାଯିବାକୁ ନିର୍ଦ୍ଦେଶ ରହିଛି । ତୁରନ୍ତ ନିର୍ବାଚନ କାମ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button