କୌଣସି ଜେଲ ମୋତେ ଅଧିକ ସମୟ ରଖିପାରିବ ନାହିଁ:କେଜରିୱାଲ

ନୂଆଦିଲ୍ଲୀ:  ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିବା ପରେ ପତ୍ନୀ ସୁନୀତା କେଜରିୱାଲ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏକ୍ସାଇଜ ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କେଜରିୱାଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ରାଜ୍ୟ ସଭା ଏମପି ସଞ୍ଜୟ ସିଂ ଜେଲରେ ଅଛନ୍ତି। ସୁନୀତା କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ ଚିଠି ପଢିଥିଲେ। ସେ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କ ପାଇଁ ଏହି ଚିଠି ଲେଖିଛନ୍ତି। ଗିରଫ ଆମକୁ ଆଶ୍ଚର୍ୟ୍ୟଜନକ ନୁହେଁ ବୋଲି ସେ ଚିଠିରେ ଲେଖିଛନ୍ତି। ଯଦିଓ ମୋତେ ଗିରଫ କରାଯାଇଛି। ମୁଁ ଜେଲରେ ରହିବି କି ବାହାରେ ରହିବି। ମୁଁ ତୁମ ପାଇଁ କାମ ଜାରି ରଖିବି। ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ଥରେ ମନ୍ଦିର ପରିଦର୍ଶନ କରି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି। ମୁଁ ଶୀଘ୍ର ବାହାରକୁ ଆସିବି। ଦିଲ୍ଲୀର ମହିଳାମାନଙ୍କୁ କହିଥିଲେ ଯେ ସେମାନେ ନିଶ୍ଚିତ ଭାବରେ ମହିଲା ସମ୍ମାନନ ଯୋଜନା ଅଧୀନରେ ୧୦୦୦ଟଙ୍କା ପାଇବେ। କୌଣସି ଜେଲ ମୋତେ ଅଧିକ ସମୟ ରଖିପାରିବ ନାହିଁ। ସେ କହିଛନ୍ତି ଯେ ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ଅଟେ। କେଜରିୱାଲ କହିଛନ୍ତି ଯେ ସେ ଶୀଘ୍ର ବାହାରକୁ ଆସିବେ ଏବଂ ଆପଣଙ୍କ ପାଇଁ କାମ କରିବେ। କୋଟି କୋଟି ଲୋକଙ୍କ ପ୍ରାର୍ଥନା ମୋ ସହିତ ଅଛି । ଆମ ଆଦମୀ ପାର୍ଟି କର୍ମୀମାନଙ୍କୁ ନିବେଦନ କରେ ଯେ ଜନସେବା କାର୍ୟ୍ୟ ବନ୍ଦ ହେବା ଉଚିତ ନୁହେଁ। ଭାଜପା ଲୋକଙ୍କୁ ଘୃଣା କର ନାହିଁ, ସେମାନେ ସମସ୍ତେ ମୋର ଭାଇ । ମୁଁ ଶୀଘ୍ର ଫେରିବି ତୁମର ଭାଇ ଅରବିନ୍ଦ।

Related Articles

Leave a Reply

Your email address will not be published.

Back to top button