ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି

ଭୁବନେଶ୍ୱର: ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କହିରଖୁଛୁ, ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା (ସିଟିଂ ଆଲାଉନ୍ସ) ବୃଦ୍ଧି ନେଇ ଘୋଷଣା କରିବାକୁ ନେଇ ବିଏମ୍‌ସି ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ଦିଆଯାଇଥିଲା। ସରକାରଙ୍କ କଡ଼ା ତାଗିଦ୍‌ ଯୋଗୁ କୁଲାଙ୍ଗେ ନିଜକୁ ଅସମ୍ମାନିତ ବୋଧକରି ୧ ମାସ ଛୁଟିରେ ଯାଇଥିଲେ। ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।

Related Articles

Leave a Reply

Your email address will not be published.

Back to top button