ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ସୁପ୍ରିମକୋର୍ଟଙ୍କଠାରୁ ମସଜିଦ କମିଟିକୁ ଆଶ୍ବସ୍ତି ନାହିଁ, ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ: ମଦୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ବିବାଦରେ ମସଜିଦ କମିଟିର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପ୍ରକୃତରେ, ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଦ୍ୱାରା ଏହି ଆବେଦନ କରାଯାଇଥିଲା। ଏହି ଆବେଦନରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି, ଯେଉଁଥିରେ ବିବାଦ ସହ ଜଡିତ ୧୫ ଟି ମାମଲାର ଶୁଣାଣି କରିବାକୁ କୁହାଯାଇଛି। ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏହି ସବୁ ମାମଲା ସମାନ ପ୍ରକାରର ଏବଂ ସମାନ ପ୍ରମାଣ ଆଧାରରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏହି କାରଣରୁ, କୋର୍ଟର ସମୟ ବଞ୍ଚାଇବାକୁ, ଏହି ସମସ୍ତ ମାମଲା ଏକାଠି ଶୁଣିବା ଭଲ ହେବ। ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି – ଶାହି ଇଦଗାହ ମସଜିଦ ବିବାଦ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ମସଜିଦ କମିଟି ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ବନ୍ଦ କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଅନୁମତି ଦେଇଛନ୍ତି। ପ୍ରକାଶ ଯେ ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛି ଯେଉଁଥିରେ ହାଇକୋର୍ଟ ଏହି ବିବାଦ ସହ ଜଡିତ ୧୫ ଟି ମାମଲାକୁ ଏକାଠି କରି ଏକତ୍ର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button