ନିର୍ବାଚନୀ ମୈଦାନ ସରଗରମ, ଛତିଶଗଡ ଉପମୁଖ୍ୟମନ୍ତ୍ରୀଙ୍କ ଉମରକୋଟ ଗସ୍ତ

ଭୁବନେଶ୍ବର (ଭିଓଭି): ଉମରକୋଟ ନିର୍ବାଚନ ବିଗୁଲ ବାଜିବା ମାତ୍ରେ ରାଜନୈତିକ ଦଳ ମାନଙ୍କ ମଧ୍ୟ ରେ ହଲ ଚଲ ବଢ଼ିବାରେ ଲାଗିଛି। ଆଜି ୧୧ ଘଟିକା ସମୟ ରେ ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ହେଲିକାପଟର ଯୋଗେ ଉମରକୋଟ ଷ୍ଟାଡିଅମ ଠାରେ ଅବତରଣ କରିଥିଲେ ଦଳୀୟ କର୍ମୀଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ହେବା ପରେ ବାଇକ୍ ରାଲି ଯୋଗେ ଉମରକୋଟ ସହର ଭ୍ରମଣ କରିବା ପରେ ସ୍ଥାନୀୟ ସସ ଇଣ୍ଟେରନାସନାଲ ହୋଟେଲଠାରେ ବ୍ୟବସାୟୀ ସଂଘ ସହ ବୈଠକ ତଥା ଲାଭର୍ଥୀ ସମ୍ମିଳନୀ, ସାମ୍ବାଦିକ ସମ୍ମିଳନୀ ପରିଶେଷରେ ଜନସମ୍ପର୍କ ଅଭିଯାନକୁ ସମ୍ବୋଧନ କରିଥିଲେ। ଏହା ସହ ୱାର୍ଡ ନମ୍ବର ୧୨ ରେ ପ୍ରତ୍ୟେକ ଘରେ ବୁଲି ପରିଦର୍ଶନ କରିଥିଲେ। ଉକ୍ତ କାର୍ଯକ୍ରମରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ବରିଷ୍ଠ ନେତା ମନୋଜ ମାହାଙ୍କୁଡ,ଯୁବ ନେତା କାନହୁ ଦାସ ଶୁଭେନ୍ଦୁ ସାମନ୍ତରାୟ ମନୋହର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button