ଆଜିଠାରୁ ଗଡିଲା ଭୁବନେଶ୍ୱରରୁ ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ଉଦଘାଟିତ ହୋଇଥିବା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରିବ। ଉକ୍ତ ଟ୍ରେନ ସୋମବାରକୁ ବାଦ ଦେଲେ ଅନ୍ୟ ସବୁ ଦିନରେ ଅର୍ଥାତ ସପ୍ତାହକୁ ୬ ଦିନ ଚାଲିବ। ତେବେ ଉକ୍ତ ଟ୍ରେନର ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ ଏବଂ ଚେୟାର କାର ବର୍ଗ ହୋଇଥିବା ବେଳେ ଭୁବନେଶ୍ୱରରୁ ବିଶାଖାପାଟନମ ଦର ୧୧୧୫ ଟଙ୍କା ରହିଥିବା ଜଣାପଡିଛି।  ସେହିପରି ଭୁବନେଶ୍ୱରରୁ ବାଲୁଗାଁ ୪୪୫ ଟଙ୍କା, ଭୁବନେଶ୍ୱରରୁ ବ୍ରହ୍ମପୁର ୫୬୫ ଟଙ୍କା, ବାଲୁଗାଁଠୁ ବିଶାଖାପାଟନମ ୯୩୫ ଟଙ୍କା ଏବଂ ବାଲୁଗାଁଠାରୁ ବ୍ରହ୍ମପୁର ୪୪୦ ଟଙ୍କା ଧାର୍ଯ୍ୟ ହୋଇଥିବା ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button