ପିପିଲି ଉପନିର୍ବାଚନ ପାଇଁ ୩ ପ୍ଲାଟୁନ୍‌ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ପିପିଲିରେ ହେବାକୁ ଯାଉଛି ଉପନିର୍ବାଚନ। ସୁରକ୍ଷାଦୃଷ୍ଟିରେ ଏଠାରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଏଥିସହ ୧୮ ପ୍ଲାଟୁନ୍‌ ଓଡ଼ିଶା ସଶସ୍ତ୍ର ପୋଲିସ୍‌ ବଳ ମଧ୍ୟ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ରାଜ୍ୟ ପୋଲିସ୍‌ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା) ଯଶବନ୍ତ ଜେଠୱା ମଙ୍ଗଳବାର ପିପିଲି ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି। ଯଶୋବନ୍ତ ଜେଠୱା ମଙ୍ଗଳବାର ପିପିଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇ ସେଠାକାର ଆଇନଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ଭାବେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି। କୋଭିଡ୍ ଗାଇଡଲାଇନକୁ ପାଳନ କରି ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ଉପରେ ଜେଠୱା ଗୁରୁତ୍ୱ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ଆଦର୍ଶ ଆଚରଣବିଧି, କୋଭିଡ୍ ନିୟମର ଅନୁପାଳନ ସଂକ୍ରାନ୍ତରେ ବିଶଦ୍ ଭାବେ ସେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ନିର୍ବାଚନ ସମୟରେ ଦଳୀୟ କର୍ମୀଙ୍କ ପ୍ରଚାର, ଭୋଟଦାନ ଏବଂ ଭୋଟ ଗଣତି ସମୟରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ଅତିରିକ୍ତ ଡିଜିପି ଆଲୋଚନା କରିବା ସହ ନିର୍ବାଚନମଣ୍ଡଳୀକୁ ଭିଆଇପି/ଭିଭିଆଇପିଙ୍କ ଗସ୍ତ ସମୟରେ ପୋଲିସ୍‌ର କାର୍ଯ୍ୟଶୈଳୀ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସିଆର୍‌ପିସିର ୧୧୦/୧୦୭ ରେ ସମ୍ପୃକ୍ତ ଥିବା ଅପରାଧୀ, ବେଆଇନ୍ ଭାବେ ରଖିଥିବା ମାରଣାସ୍ତ୍ର, ନିର୍ବାଚନ ସମୟରେ ଚୋରା ମଦ କାରବାର ଉପରେ ରୋକ୍ ଏବଂ ଜାମିନ୍ ବିହୀନ ପରୱାନା(ଏନ୍‌ବିଡବ୍ଲ୍ୟୁ) ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button