୧୪ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ବର: ରବିବାର  ରାଜ୍ୟର ୧୪ ଜିଲ୍ଲାକୁ  କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ବରଗଡ, ସୁବର୍ଣ୍ଣପୁର , ସମ୍ବଲପୁର, ଝାରସୁଗୁଡା , ସୁନ୍ଦରଗଡ, ଦେବଗଡ , ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର , ଯାଜପୁର, କଟକ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରର ଗୋଟିଏରୁ ଦୁଇଟି  ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ  ଯାଏଁ କାଳବୈଶାଖୀର ପ୍ରଭାବ ରହିବ । ଆସନ୍ତା ୩ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ରାତି ତାପମାତ୍ରା ଆସନ୍ତା ୪ଦିନ ଯାଏଁ  ବିଶେଷ ପରିବର୍ତ୍ତନ ହେବନାହିଁ। ଶନିବାର ବୌଦ୍ଧରେ ସବୁଠୁ ଅଧିକ ଦିନ ତାପମାତ୍ରା ୩୭.୭ ଡିଗ୍ରୀ ରେକର୍ଡ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button