ଦାୟିତ୍ୱ ଗ୍ରହଣ କଲେ ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ

ନୂଆଦିଲ୍ଲୀ: ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜ୍ଞାନେଶ କୁମାର ଏବଂ ସୁଖବୀର ସାନ୍ଧୁ । ମୁଖ୍ୟ ନିର୍ବାଚନ କମିଶନର  ରାଜୀବ କୁମାର, ଉଭୟଙ୍କୁ ସ୍ବାଗତ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଦୁଇ ଜଣଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଆଜି ଉଭୟେ ଦାୟିତ୍ବ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ୟାନେଲ ବୈଠକରେ ଉଭୟଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ନାମ ଘୋଷଣା କରାଯାଇଥିଲା । ଫେବୃଆରୀ ୧୪ ତାରିଖରେ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ମାର୍ଚ୍ଚ ୮ ତାରିଖରେ ଅରୁଣ ଗୋୟଲଙ୍କ ଇସ୍ତଫା ପରେ ନିର୍ବାଚନ ଆୟୋଗରେ ଦୁଇଟି ପଦବୀ ଖାଲି ପଡିଥିଲା ।

Related Articles

Leave a Reply

Your email address will not be published.

Back to top button