ନିଜ ଦେଶକୁ ଫେରିଲେ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ବର: ନେଦରଲ୍ୟାଣ୍ଡ ରୁ ଓଡ଼ିଶା ପୁରୀ ବୁଲିବାକୁ ଆସି ଲୁଟର ଶିକାର ହୋଇଥିବା ବିଦେଶୀ ପର୍ଯ୍ୟଟକ ଆନ୍ଥୋନି ଭ୍ୟାନ ଅର୍କେଲ ନିଜ ଦେଶକୁ ଫେରିଛନ୍ତି । ନିଜର ଟଙ୍କା କ୍ୟାମେରା ସହିତ ସମସ୍ତ ଜିନିଷ ଟ୍ୟାକ୍ସି ଡ୍ରାଇଭର ଲୁଟିନେବା ପରେ ତାଙ୍କୁ ପୁରୀ ପୋଲିସ ଆଣି ପୁରୀ ଲୋକନାଥ ରୋଡ ସ୍ଥିତ ନୀଳାଦ୍ରି ନୀଳୟ ଭିକାରୀ ଆଶ୍ରୟ ସ୍ଥଳରେ ରଖିଥିଲେ । ସେଠାରେ ସେ ଜାନୁଆରୀ ୨୫ ତାରିଖ ରୁ ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଅତି ଦୟନୀୟ ଅବସ୍ଥାରେ ଆଶ୍ରୟ ନେଇଥିବା ଦେଖିବା ପରେ ସମାଜସେବି ଡାନିଆଲ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ ଦାସ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ବରିଷ୍ଠ ଅଧିକାରୀଙ୍କ ନଜରକୁ ଆଣିଥିଲେ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ତାଙ୍କୁ ଭିକାରୀ ଆଶ୍ରୟ ସ୍ଥଳରୁ ଉଦ୍ଧାର କରାଇ ପ୍ରଥମେ ପାନ୍ଥନିବାସ ଏବଂ ପରେ ସର୍କିଟ ହାଉସ୍‌ରେ ରହିବା ବ୍ୟବସ୍ଥା କରାଇଥିଲେ । ଗୁରୁବାର ଦିନ ଅଭିଯୁକ୍ତ ଟ୍ୟାକ୍ସି ଚାଳକ ସାଗର ମଲ୍ଲିକ କୁ ଗିରଫ କରି ଆନ୍ଥୋନିଙ୍କ ସମ୍ମୁଖରେ ଚିହ୍ନଟ କରାଇବା ପରେ ଅଧିକ ତଦନ୍ତ ପାଇଁ ପୋଲିସ୍ ହେପାଜତକୁ ପଠାଯାଇଛି । ମାତ୍ର ଅଭିଯୁକ୍ତଙ୍କ ଠାରୁ ଏ ପର୍ଯ୍ୟନ୍ତ କିଛି ଜିନିଷ ଜବତ କରାଯାଇ ପାରିନାହିଁ । ଏଥିସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଏବଂ ଜିଲ୍ଲା ସ୍ପୋର୍ଟସ ଅଫିସର ଚନ୍ଦନ କୁମାର ସାହୁ ଆନ୍ଥୋନିଙ୍କୁ ସରକାରୀ ବ୍ୟବସ୍ଥା ସହିତ ବିମାନ ଯୋଗେ ଆଜି ନାଗପୁର ପଠାଇଛନ୍ତି । ସେଠାରୁ ସେ ନିଜ ଦେଶକୁ ଆସନ୍ତାକାଲି ଫେରିଯିବେ ।

Related Articles

Leave a Reply

Your email address will not be published.

Back to top button