ବାରାଣାସୀ କୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ: ବାହୁବଳୀ ବିଧାୟକଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ବାହୁବଳୀ ନେତା ମୁଖତାର୍ ଅନସାରୀଙ୍କୁ ପୁଣି ଥରେ ଏକ ବଡ଼ ଝଟକା ଲାଗିଛି। ୨୦୨୪ର ସାଧାରଣ ନିର୍ବାଚନ ପୂର୍ବରୁ ଏହି ଝଟକା ଆସିଛି। ନକଲି ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ବାହୁବଳୀ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୨.୨୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।ବାରାଣାସୀର ସ୍ୱତନ୍ତ୍ର ଜଜ୍ (ଦୁର୍ନୀତି ନିବାରଣ ଆଇନ) ଅବନିଶ ଗୌତମ ବାହୁବଳୀ ବିଧାୟକ ମୁଖତାର ଅନସାରୀଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button