ମାଆ ବ୍ରାହ୍ମଣୀଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମାଆ ବ୍ରାହ୍ମଣୀଦେବୀ ମହିଳା ସହାୟକ ଗୋଷ୍ଠୀ ସହାୟତାରେ ବରଡ଼ିଠାରେ ତିନିଦିନିଆ ଗ୍ରାମାଞ୍ଚଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ମିଳିତ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉଦ୍‌ଘାଟନ କରିବା ସହ କ୍ରୀଡ଼ାବିତ୍‌ମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଆଜି ପ୍ରଥମ ଦିନରେ ବରଡ଼ି-ସାଲୁଣୀ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ଅତିଥି ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ଲକ୍ଷ୍ମୀପ୍ରିୟା ପାତ୍ର, ବିନୋଦିନୀ ପାତ୍ର, ମମତା ପାତ୍ର, ଯଶୋଦା ପାତ୍ର, ସବିତା ପାତ୍ର, ସଂଯୁକ୍ତା ପାତ୍ର, ମିନତି ପାତ୍ର ଯୋଗଦେଇଥିଲେ । କ୍ରୀଡ଼ା ପରିଚାଳନାରେ ବରଡ଼ି ଗ୍ରାମବାସୀ ସହଯୋଗ କରିଥିଲେ ।

Related Articles

Leave a Reply

Your email address will not be published.

Back to top button